Odia News Portal

ଖବର ସଂଗ୍ରହ କରିବାକୁ ଯାଇ ନିଜେ ବନିଗଲେ ଖବର

ଭୁବନେଶ୍ୱର: ନିଜ ଜୀବନକୁ ବାଜିରେ ଲଗାଇ ଗଭୀର ପାଣିକୁ ଯାଇଥିଲେ ଖବର ସଂଗ୍ରହ କରିବା ଲାଗି । ହେଲେ ଶେଷରେ ନିଜେ ବନିଗଲେ ଖବର । କଟକ ମୁଣ୍ଡୁଳି ବ୍ରିଜ ନିକଟରେ ମହାନଦୀରେ ଫସି ରହିଥିବା ହାତୀକୁ ଘଉଡାଇବା ଲାଗି ଯାଇଥିଲେ ଓଡ୍ରାଫ୍ ଟିମ୍ । ଓଡ଼୍ରାଫ ବୋଟରେ ଯାଇଥିଲେ ଓଟିଭି ପ୍ରତିନିଧି ଏବଂ କ୍ୟାମେରାମ୍ୟାନ୍ । ତେବେ ବୋଟଟି ଓଲଟି ପଡ଼ିଥିଲା । ଆଉ ସମସ୍ତେ ପାଣିରେ ଖସିପଡିଥିଲେ । ତେବେ ବୋଟରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।

ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଥିଲେ ସୁଦ୍ଧା କେହି ଯାଇନଥିବା ବେଳେ ଏମାନେ କାହିଁକି ଗଲେ? ଟିଆରପି ପାଇଁ କଣ ବାଜିରେ ଜୀବନ ଲଗାଇଥିଲେ କି? ଅଧିକ ବାହାଦୁରି ମାରୁଥିଲେ କି? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ତେବେ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଲେଖା ପୋଷ୍ଟ କରୁଛନ୍ତି ୟୁଜର୍ସ । ସେପଟେ ଉଭୟ ରିପୋର୍ଟର ଏବଂ କ୍ୟାମେରାମ୍ୟାନ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଏବେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଖବର ସଂଗ୍ରହ କରି ଯାଇଥିବା ସାମ୍ବାଦିକ ନିଜେ ଏବେ ହେଡଲାଇନ ପାଲଟିଯାଇଛନ୍ତି । ସୋସିଆଲ ମିଡିଆରୁ ଆରମ୍ଭ କରି ୱେବ ଚ୍ୟାନେଲ ସବୁଠି ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।