Odia News Portal

ଏଣିକି ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ମାସିଆ ରିପୋର୍ଟ ଦେବେ ବିଧାୟକ

ଭୁବନେଶ୍ୱର() ଏଣିକି ବିଧାୟକଙ୍କ ଉପରେ କଡ଼ା ନଜର ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଶୀକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପତ୍ୟେକ ଦିନ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାସହ ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ।

ତାସହ ବିଜେଡ଼ି ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ । ବିଜେଡି ସାଂସଦମାନେ ସେମାନଙ୍କ କାର୍ୟ୍ୟକଳାପ ବିଷୟରେ ଦ୍ୱିମାସିକ ରିପୋର୍ଟ ଦାଖଲ କରୁଥିବା ଭଳି ବିଜେଡି ବିଧାୟକମାନେ ମଧ୍ୟ ଏବେ ଦ୍ୱିମାସିକ ରିପୋର୍ଟ ଦାଖଲ କରିବେ । କାର୍ୟ୍ୟକାଳର ରପୋର୍ଟ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିପାଇଁ ୪ ଜଣିଆ କମିଟି ଗଠନ କଲେ ସଭାପତି ନବୀନ ପଟ୍ଟନାୟକ ।

ବିଶେଷ ଭାବେ, ପ୍ରଥମ ଥର ଲାଗି ସଦସ୍ୟ ହୋଇଥିବା ବିଧାୟକମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ ବୋଲି କହିଛନ୍ତି । ଓଡ଼ିଶାର ଜନସାଧାରଣ ମୁନୀବ। କ୍ଷମତାରେ ଥିବା ପ୍ରତିଟିକ୍ଷଣକୁ ପୂର୍ଣ୍ଣହୃଦୟରେ ସେମାନଙ୍କ ସେବାରେ ବିନିଯୋଗ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ନବୀବ ।