Odia News Portal

ବରିଷ୍ଠ ସାମ୍ୱାଦିକ ରବିଶ ତିୱାରୀଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବରିଷ୍ଠ ସାମ୍ୱାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ନ୍ୟାସନାଲ ବ୍ୟୁର ହେଡ୍‌ ରବିଶ ତିୱାରୀଙ୍କ ପରଲୋକ ହୋଇଛି। ତାଙ୍କର ମୃ୍ତ୍ୟୁରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଯେ ରବିଶ ତିୱାରୀଙ୍କ ପାଇଁ ସାମ୍ୱାଦିକତା ଏକ ନିଶା ଥିଲା। ସେ ତାଙ୍କର ପରିବା ବର୍ଗ ଓ ବନ୍ଧୁମାନଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି,’’ ବିଧାତା ଖୁବ୍ ଶୀଘ୍ର ରବିଶ ତିୱାରୀଙ୍କୁ ଆମଠାରୁ ଛଡ଼ାଇ ନେଇଛି। ଗଣମାଧ୍ୟ ଦୁନିଆରେ ତାଙ୍କର ମୃତ୍ୟୁ ଏକ ଉଜ୍ୱଳ ଭବିଶ୍ୱତ ଶେଷ ହୋଇଛି। ମୋତେ ତାଙ୍କର ରିପୋର୍ଟିଂ ପଢ଼ିବାକୁ ଭଲ ଲାଗୁଥିଲା ଏବଂ ସମୟ ସମୟରେ ତାଙ୍କ ସହ କଥା ହୋଇଛି। ସେ ଗଭିର ଭାବେ ବୁଝୁଥିବା ଓ ନମ୍ର ସ୍ୱାଭବର ବ୍ୟକ୍ତି ଥିଲେ। ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି। ”

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରବିଶ ତିୱାରୀଙ୍କ ପରଲୋକରେ ଟ୍ୱିଟ କରି କହିଛନ୍ତି “ ବରିଷ୍ଠ ସାମ୍ୱାଦିକ ରବିଶ ତିୱାରୀଙ୍କ ହଠାତ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ତାଙ୍କର ପରିବାର, ବନ୍ଧୁ ଓ ନ୍ୟୁଜ ରୁମର ସହଯୋଗୀମାନଙ୍କୁ ଗଭିର ସମବେଦନା ଜଣାଉଛି।ଭାଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ।“

ବରିଷ୍ଠ ସାମ୍ୱାଦିକ ବିକାଶ ଭଦୌରିଆ ପ୍ରଥମେ ତିୱାରୀଙ୍କ ମୃତ୍ୟୁ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଖର ସାମ୍ୱାଦିକ ଜଣେ ମହା ମାନବ ଓ ମୋର ପ୍ରିୟ ରବିଶ ତିୱାରୀଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଛି। ତାଙ୍କର ଶେଷ କୃତ ଆଜି ଦ୍ୱିପହର ୩.୩୦ ସମୟରେ ହୋଇଛି।