ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିନା ଭକ୍ତରେ ଆରମ୍ଭ ହୋଇ ଯାଇଛି ରଥଟଣା । ସେବାୟତମାନେ ରଥ ଟାଣୁଛନ୍ତି । ନାଟୁଆ ଠାକୁରଙ୍କ ନାଟ ବଡ଼ ଅଜବ । ଚମଚକ୍ଷୁ ପୁରୀ ଯାଇ ଦେଖି ପାରୁନି ମହାପ୍ରଭୁଙ୍କୁ । ରଥଟଣାକୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଦେଖି ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି । ଏହାରି ଭିତରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଛି । ପଛରେ ଜଗନ୍ନାଥଙ୍କ ନନ୍ଦିଘୋଷ ଗଢ଼ିବ । ତେବେ ଏହି ରଥ ଗଢ଼ିବା ଆରମ୍ଭ ହେବା ପୂର୍ବରୁ ଭକ୍ତମାନେ ନିଜକୁ ସମର୍ପଣ କରି ସାରିଲେଣି । ଆଉ ରଥ ଗଢ଼ିବା ଲାଗି ଯେତିକି ଉତ୍ସାହ ରହିଛି ସମସ୍ତଙ୍କ ଭାବାବେଗ ସେତିକି ବଢ଼ିବାରେ ଲାଗିଛି ।