Odia News Portal

ରସାବଳୀକୁ ମିଳୁ ଜି ଆଇ. ଟ୍ୟାଗ

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀ । କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି ଆଇ. ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭୋଟିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି କେନ୍ଦ୍ରାପଡାର ଆରାଧ୍ୟ ଦେବତା ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀୟୁଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି ଆଇ. ଟ୍ୟାଗ କରିବା ପାଇଁ ଦାବୀ କରିବା ସଂଗେ ସଂଗେ ମନ୍ତ୍ରୀ ମହୋଦୟ କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ I

ଇତିହାସରୁ ଜଣାଯାଏ କି ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪୦୦ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା , ବଳଦେବଜିଉଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା ସୁସ୍ୱାଦୁ ମିଷ୍ଟାର୍ଣ୍ଣ ରସାବଳୀକୁ କେନ୍ଦ୍ରାପଡା ବାସି ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି I ଏପରିକି ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖା ଯାଇଅଛି I କିନ୍ତୁ କେନ୍ଦ୍ରାପଡାର ଏହି ରସାବଳୀ ଦେଶ , ବିଦେଶକୁ ବ୍ୟାପିଥିଲେ ମଧ୍ୟ ଆଜି ପଯ୍ୟନ୍ତ ଏହାର ଜି . ଆଇ. ଟ୍ୟାଗ ହୋଇପାରିନାହିଁ I ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରା ରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି I ଦିଲ୍ଲୀ ଟୁ ଓଡିଶା ପୁରା ପଲ୍ଲୀ ପର୍ଯ୍ୟନ୍ତ ବିଭିର୍ଣ୍ଣ ଯାନୀ ଯାତ୍ରା , ମେଳା ଓ ପ୍ରଦର୍ଶନୀ ମାନଙ୍କରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି I

କେନ୍ଦ୍ରାପଡାର ରସାବଳୀକୁ ଜି ଆଇ ଟ୍ୟାଗ ମିଳି ପାରିଲେ , ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇ ପାରିବ I ଫଳ ସ୍ୱରୂପ ଜାତୀୟ ଏବଂ ଅନ୍ତର୍ଜାତିଆ ପ୍ରଯ୍ୟଟକ ମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ ଓ ପୃଥିବୀର ସବୁଠାରୁ ଆକର୍ଷିତ ସ୍ଥାନ ଭିତର କନିକା ଜୈବ ବିଭିଦତା, ୧୮୦ ବର୍ଷ ପୁରୁଣା ବ୍ରିଟିଶ ସମୟର ହୁକିଟୁଲା ବତୀଘର ଓ ବଙ୍ଗୋପ ସାଗର ବିସ୍ତିର୍ଣ ଜଳରାଶି ଆଦି ପର୍ଯ୍ୟଟକ ମାନଙ୍କୁ କେନ୍ଦ୍ରାପଡା ତୁଳସୀ କ୍ଷେତ୍ର କୁ ଆକର୍ଷଣ କରିବା ରେ ଏକ ବଡ ଭୂମିକା ନେବା ରେ ସହାୟକ ହେବ

ତେଣୁ କେନ୍ଦ୍ରାପଡା ରସାବଳୀ ର ଜି . ଆଇ. ଟ୍ୟାଗ ପାଇଁ ବୁଦ୍ଧିଜୀବୀ , ରାଜ ନେତା ଓ ବିଭିର୍ଣ୍ଣ ଅନୁଷ୍ଠାନ ମାନେ ସାଂସଦ ସୁବାସ ସିଂ , ମୁନା ଖାନ ଓ ମମତା ମହନ୍ତ ଙ୍କ ମାଧ୍ୟ୍ୟମରେ କମର୍ସ ଓ ଇଣ୍ଡଷ୍ଟ୍ରି ମନ୍ତ୍ରୀ ଙ୍କ ପାଖରେ ନିଜର ଦାବି ଉଠାଇଛନ୍ତି ।