Odia News Portal

କଟକରେ ଲଜ୍ଜା: ୫୫ବର୍ଷୀୟ ମହିଳାଙ୍କ ସହ ଗଣ ଦୁଷ୍କର୍ମ ପରେ ହତ୍ୟା

ଜଗତପୁର ଟ୍ରକ ଟର୍ମିନାଲରେ ହତ୍ୟାକାଣ୍ଡ। ଟ୍ରକ ଟର୍ମିନାଲର ଏକ ପରିତ୍ୟକ୍ତ ଘରେ ଜଣେ ୫୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଅଜଣା ଦୃବୁର୍ତ୍ତ। ଘଟଣା ସ୍ଥଳର ପରିପାର୍ଶ୍ୱିକ ସ୍ଥିତି ଓ ପତ୍ନୀଙ୍କ ମୃତ ଦେହକୁ ଦେଖି ଏହି ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ ।

ଦୃବୁର୍ତ୍ତମାନେ ସମ୍ପୃକ୍ତ ମହିଳାଙ୍କ ବେକକୁ ତାଙ୍କ ଲୁଗା କାନିରେ ଭିଡ଼ି ହତ୍ୟା କରି କରିଥିଲେ । ଏହା ପରେ ତାଙ୍କ ପ୍ରତି ପାଶବିକ ଅତ୍ୟାଚାର ମଧ୍ୟ କରିଥିଲେ । ମହିଳା ଜଣଙ୍କ ବସ୍ତ୍ର ବୀହିନ ମୃତଦେହ ଓ ବିଭିନ୍ନ ସ୍ଥାନରେ ଆଘାତରୁ ହତ୍ୟା ପୂର୍ବରୁ ତାଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଇଥିବା ସନ୍ଦେହ ହେଉଛି । ବିଶେଷ କରି ଘଟଣା ସ୍ଥଳରୁ ଏକ ରକ୍ତଲଗା ଛାଡ଼ୁ ଜବତ ହୋଇଥିବାରୁ ପାଶବିକ ଅତ୍ୟାଚାର ନେଇ ସନ୍ଦେହ ଅଧିକ ହେଉଛି  । ତାଙ୍କ ପତ୍ନୀ ନିୟମିତ ଭାବେ ଟ୍ରକ ଟର୍ମିନାଲକୁ ଯିବା ଆସିବା କରୁଥିବା ବେଳେ ଟ୍ରକ ଟର୍ମିନାଲକୁ ଆସୁଥିବା ଲୋକେ ହିଁ ଏହି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ।

“ଯେଉଁଭଳି ଭାବେ ତାଙ୍କ ଉଲଗ୍ନ ମୃତ ଦେହ ମିଳିଛି, ତାକୁ ଦେଖି ଅନୁମାନ ହେଉଛି କି ମୋ ସ୍ତ୍ରୀ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସିଏ ସବୁ ଦିନ ଚା’ ପିଇବା ପାଇଁ ଟର୍ମିନାଲକୁ ଆସନ୍ତି। କାଲି ବି ଆସିଥିଲା। ଯେଉଁମାନେ ଏହି କାଣ୍ଡ କରିଛନ୍ତି ସେମାନେ ଏହି ଟର୍ମିନାଲକୁ ଆସୁଥିବା ଲୋକ ହିଁ ଥିବେ,”କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ।

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଘର ଭଡ଼ା ନେଇ ରହି ଆସୁଥିବା ବେଳେ ସେ ଅନେକ ସମୟରେ ଟ୍ରକ ଟର୍ମିନାଲକୁ ଯିବା ଆସିବା କରିଥାନ୍ତି । ତେବେ ମଙ୍ଗଳବାର ରାତି ସାଢେ ୯ଟା ସୁଦ୍ଧା ସେ ଘରକୁ ନ ଫେରିବାରୁ ତାଙ୍କ ପରିବାର ଅନେକ ଖୋଜା ଖୋଜି କରିବା ପରେ ଶେଷରେ ଟ୍ରର୍ମିନାଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ଘରୁ ମହିଳାଙ୍କ ବସ୍ତ୍ର ବିହୀନ ମୃତ ଦେହ ଠାବ ହୋଇଥିଲା। ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ପହଁଚି ଅନେକ ଗୁରତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ତେବେ ମହିଳାଙ୍କ ମୃତ ଶରୀରକୁ ଉଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଏସିବି ମେଡିକାଲକୁ ପଠାଯାଇଛି। ତେବେ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ପୋଲିସ ।