ମୟୁରଭଞ୍ଜ: ଶିମିଳିପାଳ ନିଆଁକୁ ଶାନ୍ତ କଲା ବର୍ଷା |ଶିମିଳିପାଳ ଉପରେ ଅଗ୍ନିଦେବଙ୍କ କୋପ ପରେ ହୋଇଛି ଇନ୍ଦ୍ରଦେବଙ୍କ କୃପା | ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ପ୍ରସମିତ ହେବା ନେଇ ଆଶା ସୃଷ୍ଟି ହୋଇଛି ।
ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ ନିଆଁର ଝାସ ଭିତରେ କୁହୁଳୁ ଥିବା ସମୟରେ ନିଆଁକୁ ଆୟତ୍ତ କରିବା ପାଇଁ ବନକର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।