Odia News Portal

୬ରୁ ପ୍ରବଳ ବର୍ଷିବ

ଭୁବନେଶ୍ବର()   ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା , ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ବର୍ଷାର ପରିମାଣ କମିଛି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୨୪ ଘଂଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା କମିବ । ତେବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ ।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ମୟୂରଭଂଜରେ ସବୁଠୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ ହୋଇଛି । ଆସନ୍ତା ୩ ତାରିଖରୁ ଧିରେ ଧିରେ ବର୍ଷା କମିବ ।