ଆଜି ୭ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା By swadhikarnews Last updated Aug 14, 2020 ଭୁବନେଶ୍ୱର() ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶାରେ ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨-୩ ଦିନ ବର୍ଷା ଲାଗି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ । ଶୁକ୍ରବାର ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ତେବେ ଲଘୁଚାପ ଯୋଗୁ ଆଜି ଓ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନାଗିରି, ସମ୍ବଲପୁର, ଦେବଗଡ଼, ପୁରୀ, ଜଗତସିଂହପପୁର, ଅନୁଗୁଳ ଓ ବଲାଙ୍ଗିର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳବର୍ତ୍ତୀ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କ ପାଇଁ ମଧ୍ୟ ୟେଲା ୱାର୍ଣ୍ଣିଂ ଜାରି ଜାରି କରାଯାଇଛି । rain Share