Odia News Portal

ପ୍ରେମିକାର ବିବାହ ଅନ୍ୟତ୍ର କରିବା ପରେ ଝିଅର ବାପଘରେ ବୋମାମାଡ଼ କଲା ପ୍ରେମିକ

ପୁରୀ: ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମିକାର ବିବାହ ଅନ୍ୟତ୍ର କରାଇବା ପରେ ଝିଅର ବାପଘରେ ବୋମାମାଡ଼ କଲା ପ୍ରେମିକ । ପୁରୀ ସଦର ଥାନା ଅଠରନଲା ନିକଟରୁ ଆସିଛି ଏଭଳି ଖବର । ଗୁରୁତର ଆହତ ନୃଂସିହ ବାରିକ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ନାୟକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଅଜୁ ବାରିକ ଫେରାର ଥିବା ବେଳେ ପୋଲିସ ତାକୁ ଖୋଜୁଛି ।

ଅଜୁ ନୃସିଂହଙ୍କ ଝିଅଙ୍କୁ ଏକତରଫା ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଝିଅର ବିବାହ ଅନ୍ୟତ୍ର କରାଇବା ପରେ ଅଜୁର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ନୃଂସିହଙ୍କ ଘରେ କିଛି ସାଙ୍ଗଙ୍କ ସହ ମିଶି ମାରଣାସ୍ତ୍ର ଧରି ପହଞ୍ଚିଥିଲା । ଖଣ୍ଡାରେ ଆକ୍ରମଣ କରିବା ବେଳେ ଧରି ପକାଇଥିଲେ ନୃସିଂହ । ଏହାପରେ ଅଭିଯୁକ୍ତମାନେ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ସ୍ଥାନୟୀ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍‌ତ ଜାରି ରଖିଛି ।