Odia News Portal

ଚଞ୍ଚଳାଙ୍କ ଦୁଃଖ ଶୁଣ ସରକାର

ପୁରୀ: ଶରୀର ଉଚ୍ଚତା ମାତ୍ର ୨ ଫୁଟ୍‌ ୧୦ ଇଂଚ୍‌ । ବୋଝ ଉପରେ ଳଲିତା ବିଡା ପରି ବାମନ ହୋଇଥିବାରୁ ବୟସର ବାର୍ଦ୍ଧକ୍ୟ ଅବସ୍ଥାରେ ଛଟପଟ ହେଉଛନ୍ତି ଏହି ବୃଦ୍ଧା । ଏ ହେଉଛନ୍ତିି ପୁରୀ ମାର୍କଣ୍ଡେଶ୍ୱର ସାହିର ଚଂଚଳା ଓଝା । ବୟସ ଆସି ୬୫ ବର୍ଷ ହେଲାଣି । କୁଆଡେ ଯିବା ତ ଦୂରର କଥା ଠିକ୍‌ସେ ବସି ଉଠି ବି ପାରୁନାହାଁନ୍ତି । ପାଖରେ କେହି ବି ନଥିବାରୁ ସବୁ କାମ ନିଜେ କରୁଛନ୍ତି ଚଂଚଳା । ଯାହା ଫଳରେ ଶରୀରର ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗୁଛି । ବାର୍ଦ୍ଧକ୍ୟରେ ଶରୀର ଯନ୍ତ୍ରଣା ସହ ସତେ ଯେପରି ଅସହ୍ୟ ହୋଇପଡୁଛି ତାଙ୍କ ପାଇଁ ।

ସରକାରୀ ସହାୟତା କହିଲେ କେବଳ ବାର୍ଦ୍ଧକ୍ୟ ଭତା କିଛି ପାଉଛନ୍ତି ସେ । ରାସନ କାର୍ଡ ଥାଇ ବି ଆଧାର କାର୍ଡ ନଥିବାରୁ ମିଳିପାରୁ ନାହିଁ ରାସନ ସାମଗ୍ରୀ । ଯାହା ତାଙ୍କପାଇଁ ଆଉ ଏକ ବଡ ସମସ୍ୟା ହୋଇଛି । ଚାରିଆଡୁ ନିରାଶ ହେବା ପରେ ନିଜ ଜୀବନକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରି କହିଛନ୍ତି ଯେ କାଳିଆ ଗଢିଛି ତା ଭରଷାରେ ଜୀଇଁଛି । ତେବେ ଚଂଚଳାଙ୍କୁ ସରକାରଙ୍କ ପକ୍ଷରୁ କୌ÷ଣସି ସହାୟତା ମିଳଇପାରିଲେ ଜୀନନ ଜଞ୍ଜାଳରୁ ମୁକୁଳି ପାରିବେ ସେ । ଆଶାକରୁଛୁ ଏହି ଖବର ପ୍ରସାରଣ ପରେ ପ୍ରଶାସନ ଚଂଚଳାଙ୍କୁ ମଣିଷପଣିଆ ଦେଖାଇ ସହାୟତାର ହାତ ବଢାଇବେ ।