Odia News Portal

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରେ ଦେଖିବାକୁ ମିଳିଛି ପୁରୀ ପୋଲିସ ର ମାନବିକତା

ଆଜି ପ୍ରାୟ ଅପରାହ୍ନ ୧ ଘଟିକା ସମୟରେ ପୁରୀ ଟ୍ରାଫିକ ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ପାଇକରାୟ ସଦର ମୁଖ୍ୟ ଚିକିତ୍ସାଳୟରେ ଟ୍ରାଫିକ ର ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ଦେଖିଲେ ହଟାତ ଏକ ବୟସ୍କ ବ୍ୟକ୍ତି ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖ ଭାଗ ରେ ଅସୁସ୍ଥତା କାରଣ ରୁ ତଳେ ପଡିଯାଇଥିଲେ ଉକ୍ତ ସମୟରେ ଟ୍ରାଫିକ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପାଇକରାୟ ସଂଗେ ସଂଗେ ଷ୍ଟ୍ରେଚର ଆଣିବା ସହ ବୟସ୍କ ବ୍ୟକ୍ତି କୁ ଷ୍ଟ୍ରେଚର କୁ ଉଠେଇ ଥିଲେ । ସୂଚନା ଥାଉ କି ଉକ୍ତ ବୟସ୍କ ବ୍ୟକ୍ତି ପୁରୀ ମେଡିକାଲ ରେ ଦୀର୍ଘ କିଛି ଦିନ ହେବ ଚିକିସ୍ୟାଧିନ ଥିଲେ ଆଜି ତାଙ୍କ ଦିସଚାର୍ଜ ହୋଇଥିଲା କିନ୍ତୁ ଦେହ ଦୁର୍ବଳ ହେତୁ ଏହି ଭଳି ଘଟଣା ଘଟିଲା ।