ନୂଆପଡ଼ା: ଜିଲ୍ଲାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା । ତେଲପଡ଼ା ଶିବମନ୍ଦିର ପାଖରେ ଥିବା ପୋଖରୀର ହେବ ସୌନ୍ଦର୍ଯ୍ୟ କରଣ । ସ୍ଥାନୀୟ ସହରର ପାରମ୍ପାରିକ ଜଳ ଉତ୍ସର ଉନ୍ନତୀକରଣ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ତେଲିପଡା ଶିବମନ୍ଦିର ପଦ୍ମ ପୁଷ୍କରିଣୀକୁ ରାଜ୍ୟ ସରକାରଙ୍କ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ଯୋଜନାରେ ନବ କଳେବର କରି ପ୍ରସ୍ତାବିତ ପବ୍ଲିକ ପ୍ଲାଜା ନିର୍ମାଣ କରିବା ପାଇଁ ରୂପରେଖକୁ ସରକାରୀ ମଂଜୁରୀ ମିଳି ସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏପରିକି ପ୍ରସ୍ତାବିତ ରୂପରେଖର ଫଟୋ ଚିତ୍ରକୁ ସାର୍ବଜନୀନ କରିଛନ୍ତି।
ରାଜ୍ୟ ସରକାରଙ୍କ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ଯୋଜନାରେ ସହର ସୌନ୍ଦର୍ଯ୍ୟକରଣ ଓ ଆମୋଦ ପ୍ରମୋଦ ଜଳ ଉଦ୍ୟାନକୁ ଗୁରୁତ୍ବ ଦେଇଛନ୍ତି। ଏଥିରେ ନୂଆପଡ଼ା ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାୟ ୪ କୋଟିର ଏକ ପ୍ରସ୍ତାବ ରାଜ୍ୟ ସରକାରକୁ ଦେଇଛନ୍ତି। ସଦର ଏନଏସି ୱାଡ ନଂ ୫ର ତେଲିପଡା ସ୍ଥିତ ସର୍ବ ପୁରାତନ ଶିବ ମନ୍ଦିରର ଉଭୟ ପ୍ରା୍ଶ୍ବ ପଦ୍ମ ପୋଖରୀକୁ ସହରାଞ୍ଚଳ ସୌନ୍ଦର୍ୟ୍ୟ କରଣ ଯୋଜନାରେ ପବ୍ଲିକ ପ୍ଲାଜା ନିର୍ମାଣ କରିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇ ସାରିଛି।