Odia News Portal

ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ

ରାଉରକେଲା ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ରାଜଭବନରେ ରାତ୍ରୀ ଯାପନ କରିଛନ୍ତି ରାଷ୍ଟ୍ରପତି । ସକାଳ ୯ଟାରେ ରାଜଭବନରୁ ବିମାନ ବନ୍ଦର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି । ଆଜି ରାଉରକେଲା ଏନଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ । ସେହିପରି ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଛଥିବା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ ରାଷ୍ଟ୍ରପତି । ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଚିଂବେ ରାଷ୍ଟ୍ରପତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବେ ।

ରାଷ୍ଟ୍ରପତି କୋବିନ୍ଦ ଆଜି ରାଉରକେଲା ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାସହ ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲର ଲୋକାର୍ପଣ କରିବେ । ଅପରାହ୍ଣ ୩ଟା ୪୫ରେ ଆଇଜିଏଚ୍ ର ସୁପରସ୍ପେଶାଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଗସ୍ତ ସାରି ଭୁବନେଶ୍ବର ଫେରି ଆସିବେ ରାଷ୍ଟ୍ରପତି।

ସେହିପରି ୨୨ ତାରିଖରେ ପୁରୀ ଓ କୋଣାର୍କ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏଥିପାଇଁ ତାଳବଣିଆ ହେଲିପ୍ୟାଡ୍ ରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଯିବେ କୋଣାର୍କ। କୋଣାର୍କ ସୂର୍ଯ୍ୟମନ୍ଦିର ସହ ଆଇଓସିଏଲ ର ବାଖ୍ୟାନ କେନ୍ଦ୍ର ସେ ପରିଦର୍ଶନ କରିବେ। ସ୍ବତନ୍ତ୍ର ବିମାନରେ ଗତକାଲି ସଂଧ୍ୟା ସାଢ଼େ ୬ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।