Odia News Portal

କଳା ସଂସ୍କୃତିର ରାଜ୍ୟ ଓଡ଼ିଶା: ରାଷ୍ଟ୍ରପତି

ଓଡ଼ିଶାର ଗର୍ବ ଓ ଗୌରବ ଏନଆଇଟି ରାଉରକେଲା

ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି ଏନଆଇଟି ଛାତ୍ରଛାତ୍ରୀ

ରାଉରକେଲା: ଏନଆଇଟିର ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ହେଉଛି ଏନଆଇଟି ରାଉରକେଲା। ଏନଆଇଟି ରାଉରକେଲାରୁ ଉତ୍ତୀର୍ଣ୍ଣ ଛାତ୍ର ସାରା ଦେଶରେ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି ଏନଆଇଟିର ଛାତ୍ରଛାତ୍ରୀ। ଏନଆଇଟିରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି କୋବିନ୍ଦଙ୍କ ପରାମର୍ଶ ଦେଇ କହିଛନ୍ତି ଯେ, ଦୁନିଆରେ ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବେ ପାଇଁ ଚେଷ୍ଟା କରିବା ଉଚ୍ଚିତ । ନିଜର ସଫଳତାକୁ କେବଳ ବସ୍ତୁ ଓ ଅର୍ଥରେ ମାପନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ। ଯାହା ସନ୍ତୋଷ ଦିଏ ସେହି କାମ କରିବାକୁ କହିଛନ୍ତି ରାଷ୍ଟ୍ରପତି ।

ସେ ଛାତ୍ରୀ ମାନଙ୍କୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ମୁଁ ୧୫୦ କେନ୍ଦ୍ରୀୟ ଅନୁଷ୍ଠାନ ଗସ୍ତ କରିଛି। ଶିକ୍ଷାକ୍ଷେତ୍ରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ ଅଛନ୍ତି । ତେବେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ୍ ରହିଛି। ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ଛାତ୍ରୀ ଆସନ୍ତୁ ବୋଲି କହିଥିଲେ ରାଷ୍ଟ୍ରପତି । ଯାହାଫଳରେ ଏହା ଜାତୀୟ ବିକାଶରେ ସହାୟକ ହେବ। ଉନ୍ନତ ଭାରତ ଅଭିଯାନରେ ସାମିଲ ପାଇଁ ମହିଳାଙ୍କୁ ଦେଲେ ଆହ୍ୱାନ। ସେହିଭଳି କେବିକେ ପାଇଁ କାମ କରିଥିବାରୁ ଏନଆଇଟିକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଛାତ୍ରଛାତ୍ରୀ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରନ୍ତୁ, ପରିବାର କିପରି ଗର୍ବ ଅନୁଭବ କରିବେ ଚିନ୍ତା କରନ୍ତୁ । ଆଉ ଲକ୍ଷ୍ୟ ପୁରଣ ଲାଗି ନିଜେ ନିଜ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ ।