ଭୁବନେଶ୍ବର: ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଆଜି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍କେଡ୍ ମକ୍ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ତାଙ୍କ ସହ ଉପସ୍ଥିତ ରହିବେ ।ତେବେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିଛି ।
ଏହାବ୍ୟତିତ ସକାଳ ୧୦ଟା ୪୫ ମିନିଟରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ବ୍ୟାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।