Odia News Portal

ଭାବି ସମୁଦି ପ୍ରଦୀପ ଓ ଅଭୟ କରୋନାରେ ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରରେ ସଂକ୍ରମଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ସମୟରେ ଝାରପଡ଼ା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି।

ତେବେ ଖାସ୍ କଥା ଏହିକି ଯେ ଏହି ସଂକ୍ରମିତଙ୍କ ମଧ୍ୟରେ ଦୁଇ ଭାବି ସମୁଦି ସାମିଲ୍ ଅଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷ କହିଛନ୍ତି । ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି ।