Odia News Portal

ନନ୍ଦନକାନନ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଶୁକ୍ରବାର ନନ୍ଦନକାନନ ଫାର୍ମହାଉସରେ ଥିବା ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଥିଲା ତାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ସେପଟେ ଡାଇଟମ୍ ଓ ଭିସେରା ଟେଷ୍ଟ ପାଇଁ ଷ୍ଟେଟ ଫରେନସିକ୍ ଲ୍ୟାବକୁ ପଠାଯିବ । ଡାଇଟମ୍ ଟେଷ୍ଟ ହେଲେ, ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କେଉଁଠି ହୋଇଛି ତାହା ଜଣାପଡିବ । ଏହାସହ ଭିସେରା ଟେଷ୍ଟରେ ଛାତ୍ରୀ ବିଷପାନ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି ପ୍ରକାଶ ପାଲ୍।