କଟକ: ଟିକାକେନ୍ଦ୍ରରେ ପୋଷ୍ଟର ମରାକୁ ନେଇ ରାଜ୍ୟ ରାଜନୀତି ଏବେ ହଟ୍ଟଚମଟ ସୃଷ୍ଟି ହୋଇଛି । ତେବେ ଆଜି ପୁଣି ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଆଠଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମରାଯାଇଥିବା ବେଳେ ବିଜେପି କର୍ମୀ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ବିଜେଡ଼ିମାନେ ଜବାବ ଦେଇଥିଲେ । ତେବେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ କିଛି ସମୟ ଲାଗି ଟିକାଦାନ ବନ୍ଦ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏବେ ଶାନ୍ତ ରହିଛି । ତେବେ ଅଶାନ୍ତ ପରିସ୍ଥିତି ଲାଗି କିଛି ସମୟ ଲାଗି ଟିକାଦାନ ବନ୍ଦ ରହିଥିଲା ।