Odia News Portal

ରାଜନୈତିକ ସ୍ତରରେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

କୋଟିଆ ମାମଲାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।  ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ,   ମାମଲାର ରାଜନୈତିକ ସମାଧାନ ହେବାର ଆବଶ୍ୟକତା ରହିଛି ।  ଏନେଇ କୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡିଶା  ଏବଂ ଆନ୍ଧ୍ର ସରକାରଙ୍କୁ ରାଜନୈତିକ ସ୍ତରରେ  ଆପୋଷ ବୁଝାମଣା କରି ସମାଧାନ କରିବାକୁ କୋର୍ଟ କହିଛନ୍ତି ।  ଜଷ୍ଟିସ ସଞ୍ଜୀବ ଖାନ୍ନା  ଏବଂ ଜଷ୍ଟିସ  ଖାନଓ୍ୱାଲକର ମାମଲାର ଶୁଣାଣି କରିଥିଲେ। ତେବେ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।