Odia News Portal

ମାଲକାନଗିରିରେ ଡିଜିପିଙ୍କ ମାଓ ଦମନ ରଣନୀତି ସମୀକ୍ଷା

*ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସ ଡିଜି ଅଭୟ ।

ମାଲକାନଗିରି: ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସ ଡିଜି ଅଭୟ ।ଆଜି ପୋଲିସ ଡିଜି ଅଭୟ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାଲକାନଗିରି ଜିଲ୍ଲା ମୋଟୁ ସୀମା ଗସ୍ତ କରିଥିଲେ ।ଏମଭି -୮୮ରେ ସେ ବିଏସଏଫ ଶିବିର ପରିଦର୍ଶନ କରିବା ସହ ମାଓ ଦମନ ରଣନୀତି ବିଷୟରେ ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।

ପୋଲିସ ଅଧିକାରୀ ଓ ବରିଷ୍ଠ ବିଏସଏଫଙ୍କ ସହ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହାଛଡା ରାଜ୍ୟ ସୀମାରେ ତନଖି ଓ ପ୍ରବର୍ତ୍ତନର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଏହା ବ୍ୟତୀତ ମାଓ ମୁକାବିଲାର ବଡ଼ ଅସ୍ତ୍ର ଆତ୍ମସମର୍ପଣକୁ ଚୟନ କରି ସମାଜର ମୁଖ୍ୟଧାରାରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ଡିିଜିପି । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ପ୍ରବୀଣ କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।