ମାଲକାନଗିରି: ଆଜି ମାଲକାନଗିରି ବଣ୍ଡା ଘାଟିରେ ପହଞ୍ଚି ଥିଲେ ପୋଲିସ ଡିଜି ଅଭୟ । ମାଓ ସମୀକ୍ଷା ନେଇ ୨ଜଣ ବରିଷ୍ଠ ଆଇପିଏସ ଅଫିସର ସହିତ ମାଲକାନଗିରି ଗ୍ରସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ସାଥିରେ ଏସଓଜିର ମୁଖ୍ୟ ବରିଷ୍ଠ ଆଇଏଏସ ଅନିରୁଦ୍ଧ ସିଂ ଓ ଆଇଜି ଅପରେସନ ଅମିତାଭ ଠାକୁର ମଧ୍ୟ ତାଙ୍କ ସହ ମାଲକାନଗିରି ଗସ୍ତ କରିଥିଲେ ।

ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୋଲିସ ଡିଜି ବଣ୍ଡାଘାଟିରେ ପହଂଚିବା ପରେ ମାଓ ଦମନ ନେଇ ମୁଦୁଲିପଡ଼ା ବିଏସଏଫ କ୍ୟାମ୍ପରେ ଆଲୋଚନା କରିଥିଲେ । ପରେ ବିକାଶ କାର୍ଯ୍ୟରେ ମାଓବାଦୀମାନେ ବାଧା ସୃଷ୍ଟି ନକରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ।

ପାରମ୍ପରିକ ବାଦ୍ୟ ମହୁରି ତାଳେ ତାଳେ ଡିଜିଙ୍କୁ ବଣ୍ଡା ଘାଟିର ଜନଜାତିର ଲୋକେ ସ୍ୱାଗତ କରିଥିଲେ । ପରେ ଅଣ୍ଡାହଲର କାତାଙ୍ଗଗୁଡ଼ା ଏବଂ ମୁଦୁଲିପଡା ବିଏସଏଫ କ୍ୟାମ୍ପରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରି ପୋଲିସକୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ଅଭୟ ।