ମାଲଜନଗିରି : ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଦ୍ୱାରା ୭୦ କିଲୋ ଗଂଜେଇ ଜବତ, ୬ ଗିରଫ। ମିଳିଥିବା ସୂଚନାନୁଯାୟୀ ଓର୍କେଲ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଙ୍କ ନିର୍ଦ୍ଧେଶ କ୍ରମେ ଓରକେଲ ପୋଲିସ ର ଏକ ଟିମ ଏସଆଇ ମିଲନ ମଜୁମଦାର ଙ୍କ ନେତୃତ୍ୱରେ ରାତି ୧୨.୫୦ ସମୟରେ ଏମଭି-୧୨୦ ଗ୍ରାମ ନିକଟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ସୋରଲୁକୋଣ୍ଡା-ବେଜାଙ୍ଗିୱାଡା ମୁଖ୍ୟ ରାସ୍ତାର ସିନ୍ଧିଘାଟା ଗ୍ରାମ ନିକଟରେ ୬ ଜଣ ବ୍ୟକ୍ତି କିଛି ବସ୍ତା ଧରି ଛିଡା ହୋଇ ରହିଥିଲେ। ପୋଲିସ ର ଗାଡି କୁ ଦେଖି ଉକ୍ତ ବ୍ୟକ୍ତି ମାନେ ଛତ୍ରଭଙ୍ଗ ଦେବା ସମୟରେ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପରେ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ କୋରୁକୋଣ୍ଡା ନିକଟରୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ମାନେ ହେଲେ ସର୍ବରାମ ରାଓ(୩୨), ପରୀ ନାଗେଶ ରାଓ(୨୦), ସୋମା କୁଟୁମା(୩୦) ଏବଂ ନାଗେଶ କସା(୨୬) ଘର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସାପଲୁର ଅଞ୍ଚଳରେ। ଅନ୍ୟ ୨ ଗିରଫ ବ୍ୟକ୍ତି ରଞ୍ଜନ ସରକାର(୩୨), ଘର ଏମଭି-୧୨୩ ଓ ଅନ୍ୟ ଜଣେ କାର୍ତ୍ତିକ ମଣ୍ଡଳ(୩୫), ଘର ଏମଭି-୪୬ ଅଞ୍ଚଳରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ହେବ ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି। ୬ ଜଣଙ୍କୁ ଗିରଫ କରି ଓରକେଲ ପୋଲିସ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।