ଭଦ୍ରକ: ସିଭିଲ ଇଞ୍ଜିନିୟର ବୋହୂ କରୁଥିଲେ ଦେଶୀ ମଦ ବେପାର! | ଆଉ ତାଙ୍କୁ ସହଯୋଗ କରୁଥିଲେ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୋଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ କରିଛି।

ସୂଚନାନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଲା ପଞ୍ଚାୟତର ଘୁଷୁରୀ ପୋଖରୀ ଗାଁରେ ପୋଲିସ୍ ଆଜି ରେଡ୍ କରିଥିଲା । ରେଡ୍ ବେଳେ ମଦ ତିଆରି ସରଞ୍ଜାମ ଜବତ କରିବା ସହ ସିଭିଲ୍ ଇଞ୍ଜିନିୟର ବୋହୂ ସହ ଶାଶୁକୁ ମଧ୍ୟ ଗିରଫ କରିଛି | ଦେଶୀ ମଦ କାରଖାନା ଚଳାଇଥିଲେ ସିଭିଲ୍ ଇଞ୍ଜିନିୟର ବୋହୂ ସହ ଶାଶୁ ।

ତେବେ ପୋଲିସ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ନଗଦ ଏକ ଲକ୍ଷ ଟଙ୍କା ସହ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି । ମଦ ବେପାର କରୁଥିବା ଶାଶୂ, ବୋହୂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।ତେବେ ଗିରଫ ଶାଶୂ, ବୋହୂ କାହା ସହାୟତାରେ ଦେଶୀ ମଦ ବ୍ୟବସାୟ କରୁଥିଲେ ତାର ଖୋଳତାଡ଼ କରୁଛି ପୋଲିସ ।