ନୂଆଦିଲ୍ଲୀ: କୋଭିଡ୍ ଟିକା ନେବେ ମୋଦି । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନେବେ ଟିକା । ଗୁରୁବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହି ଟିକାକରଣରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ସମସ୍ତ ସାସଂଦ, ବିଧାୟକ ମଧ୍ୟ ଟିକା ନେବେ ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଟିକା ଗ୍ରହଣ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସବୁ ଲୋକମାନଙ୍କୁ ଟିକା ଦିଆଯିବ । ଏହି ଦଫାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହିତ ବହୁ ଭିଭିଆଇପିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସେନା କର୍ମଚୀରୀ, ଅର୍ଦ୍ଧସାମରିକ ବଳ ଏବଂ ଯବାନଙ୍କୁ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି । ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏଥିରେ କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବା ପରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଏହାର ନିର୍ଦ୍ଦିଷ୍ଟ କୌଣସି ତାରିଖ ଘୋଷଣା ହୋଇନାହିଁ ।