ନୂଆଦିଲ୍ଲୀ : ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି । ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାର ଅଷ୍ଟମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ଟଙ୍କା ସହାୟତା ରାଶି ପଠାଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କୃଷକଙ୍କୁ ରାଶି ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା, କୃଷକମାନେ ଉପକୃତ ହେବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ପ୍ରତିବର୍ଷ କୃଷକଙ୍କୁ ୬ ହଜାର ଟଙ୍କା ଦିଆଯାଉଛି। ଏହାକୁ ୩ଟି କିସ୍ତିରେ କୃଷକଙ୍କୁ ପ୍ରଦାନ କରାଯାଉଛି।