ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି।
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ମୁଁ ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଦେଶକୁ ଉତ୍ସର୍ଗ କରି ଗର୍ବିତ ଅନୁଭବ କରୁଛି। ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର। ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।
ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୯ବର୍ଷ ଧରି କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ କ୍ରମାଗତ ଭାବରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ଼ ସ୍ତମ୍ଭ ହେବାକୁ ଯାଉଛି।”
ରାଜସ୍ଥାନର ଦଉସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ୨୪୬କିଲୋମିଟର ରାସ୍ତା ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ଆଗାମୀ ସମୟରେ ରାଜସ୍ଥାନ ସମେତ ସମଗ୍ର ଅଞ୍ଚଳର ଚିତ୍ର ବଦଳାଇବାକୁ ଯାଉଛି।
Sign in
Sign in
Recover your password.
A password will be e-mailed to you.