Odia News Portal

ସେନାକୁ ଅର୍ଜୁନ ଟ୍ୟାଙ୍କ ଅର୍ପଣ କଲେ ମୋଦି

ନୂଆଦିଲ୍ଲୀ: ଅର୍ଜୁନ ଟ୍ୟାଙ୍କକୁ ସେନାକୁ ଅର୍ପଣ କଲେ ମୋଦି | ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇରେ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଯୋଜନା ମଧ୍ୟରେ ଚେନ୍ନାଇର ମେଟ୍ରୋ ପରିଯୋଜନା ଓ କେରଳରେ ଏକ ପେଟ୍ରୋକେମିକାଲ ରହିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପ୍ରଥମେ ଚେନ୍ନାଇ ମେଟ୍ରୋ ରେଳର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଉତ୍ତର ଚେନ୍ନାଇର ବିମାନବନ୍ଦର ଓ ରେଳ ଷ୍ଟେସନ ସହିତ ଯୋଗାଯୋଗ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରଣାଳୟ ୧୧୮ ଟି ଉନ୍ନତ ଅର୍ଜୁନ -୧ ଟ୍ୟାଙ୍କ ଭାରତୀୟ ସେନାରେ ସାମିଲ କରିବା ନେଇ ବଡ଼ ନିଷ୍ପତ୍ତି ନେଇଥିଲା । ୮,୪୦୦ କୋଟି ଟଙ୍କା ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ କାର୍ଯ୍ୟ ଡିଆରଡିଓ ଦ୍ୱାରା କରାଯାଇଛି । ଏହାକୁ ଡିଆରଡିଓର କମ୍ବେଟ୍ ୱକିଲ୍ସ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ଏଷ୍ଟାବିଲସମେଣ୍ଟ ତରଫରୁ ଡିଜାଇନ କରାଯାଇଛି ।