ସମ୍ବଲପୁର: ଆଜି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ । ଭିଡିଓ କନଫରେସିଂ ଜରିଆରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି, ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତି । ଓଡ଼ିଶାର ମାନବ ସମ୍ବଳକୁ ବିନିଯୋଗ କରି ରାଜ୍ୟକୁ ଓ ଦେଶକୁ ବିକାଶ ପଥରେ ନିଆଯାଇ ପାରିବ ବୋଲି ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷେ ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଦେଇଛନ୍ତି | ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଜୁହାର ଜଣାଇଲେ ପ୍ରଧାନମନ୍ତ୍ରୀ | କୋଭିଡ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି | ଏହା ସହ ଗତ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଥିବା କହିଛନ୍ତି | ସମ୍ବଲପୁର IIM ପ୍ରତିଷ୍ଠା ଦ୍ୱାରା ଶିକ୍ଷାର ହବ ହେବାକୁ ଯାଉଛି | ଏହାସହ ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ | ଏଥି ସହିତ ମୋଦୀ କହିଛନ୍ତି ଯେ ଏଣିକି ଲୋକାଲ ଫର ଭୋକାଲ ନୁହେଁ ଲୋକାଲ ଫର ଗ୍ଲୋବାଲର ସମୟ । ସମ୍ବଲପୁରୀ ଟେକ୍ସାଟାଇଲର ସାରା ବିଶ୍ୱରେ ଚାହିଦା ରହିଛି |ସମ୍ବଲପୁରରେ ସବୁକିଛି ଭରପୁର; ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ |
ମାନବ ସମ୍ବଳର ପରିଚାଳନା ସହିତ ଏବେ ବୈଷୟିକ ପରିଚାଳନାର ସମୟ ।ଦେଶର ଯୁବପୀଢୀ ଷ୍ଟାର୍ଟଅପ ମାଧ୍ୟମରେ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି ଏବଂ ଏସବୁର ପରିଚାଳନା ପାଇଁ ନୂଆ ପରିଚାଳନା ଦକ୍ଷତା ଆବଶ୍ୟକ ଯାହା ସମ୍ବଲପୁର ଆଇଆଇଏମ ପରି ଅନୁଷ୍ଠାନ ପୂରଣ କରିପାରିବ । ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର | ୪୦ କୋଟି ଲୋକଙ୍କ ଏକସଙ୍ଗେ ଆକାଉଣ୍ଟ ଖୋଲିବା ସହଜ ନ ଥିଲା |
ଶିଳାନ୍ୟାସ ଉତ୍ସବରେ ସଫଳ ଉଜ୍ଜ୍ୱଳା ଯୋଜନା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ | ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇଛି | ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ହୋଇଥିବା ସମୟରେ ବର୍ତ୍ତମାନ ୨୮ କୋଟିି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି | ଆମେ ୬ ବର୍ଷରେ ଆଉ ୧୪ କୋଟି ଗ୍ୟାସ ସଂଯୋଗ କରାଇଛୁ | ବର୍ତ୍ତମାନ ସମ୍ବଲପୁର ବୁର୍ଲା ଆଇଆଇଏମ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି । ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି ।