ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ୩ଟି ସ୍ଥାନରେ ଥିବା ପ୍ଲାନେଟୋରିୟମ ଖୋଲିବ । କରୋନା ସର୍ତ୍ତାବଳୀକୁ ଅନୁପାଳନ କରି ଏହା ଖୋଲାଯିବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିଦେ୍ର୍ଧଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ । ସପ୍ତାହରେ କେବଳ ସୋମବାର ବ୍ୟତୀତ ବାକି ସମସ୍ତ ଦିନ ବୁର୍ଲା ଓ ଖଣ୍ଡପଡ଼ାରେ ସଂଗ୍ରହାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଭୁବନେଶ୍ୱରରେ ସପ୍ତାହନ୍ତ ସଟଡାଉନ ଜାରି ରହିଥିବାରୁ ଏହି ଦୁଇଦିନ ପ୍ଲାନେଟୋରିୟମ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ପ୍ଲାନେଟୋରିୟମର ପ୍ରବେଶ ପଥରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ପର୍ଯ୍ୟଟକ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କ ପାଇଁ କରୋନା ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ ଅପରିହାର୍ଯ୍ୟ କରାଯାଇଛି ।