ପିପିଲି: ଖୁବଶୀଘ୍ର ଘୋଷଣା ହେବ ପିପିଲି ଉପ ନିର୍ବାଚନ ତାରିଖ । କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ତେବେ କୋଭିଡ୍ ନିୟମ ପାଳନ କରି ସମସ୍ତ ମତଦାନ ପ୍ରକ୍ରିୟା ହେବ । ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ୍ ଦେବେ ।
ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ପରେ ପିପିଲି ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି ।ଏହି ଆସନରୁ ବିଧାୟକ ଥିଲେ ପ୍ରଦୀପ ମହାରାଥୀ । ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏହି ଆସନରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି । କାରଣ ସେ ନିଜେ କିଛି ଦିନ ତଳେ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି କହିଥିଲେ ।