ମୟୁରଭଞ୍ଜ: କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଏହି ସମୟରେ ଲୋକଙ୍କ ଭିଡ଼ ଦେଖି ବାଟ କାଟି ଚାଲି ଯାଉଥିବା ବିଧାୟିକାକୁ ଅଟକାଇ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ।

ସୂଚନା ଅନୁଯାୟୀ, କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଆଜି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍ ଉକ୍ତ ରାସ୍ତା ଦେଇ ବାରିପଦା ଯାଉଥିଲେ। ଉତ୍ତ୍ୟକ୍ତ ଲୋକେ ନିଜ ସମସ୍ୟା ସମ୍ପର୍କରେ ବିଧାୟିକାଙ୍କୁ ଜଣାଇବାକୁ ଚେଷ୍ଟା କରିବାରୁ ସେ ବାଟ କାଟି ଚାଲିଯିବାକୁ ଚେଷ୍ଟା କରିବାରୁ । ଏହାଦେଖି ଉତ୍ତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଗାଡ଼ିରୁ ଓହ୍ଲାଇ ପ୍ରାୟ ୭ କିଲୋମିଟର ରାସ୍ତା ଚଲାଇ ଚଲାଇ ନେଇଥିବା ସୂଚନା ମିଳିଛି । ଉତ୍ତ୍ୟକ୍ତ ଲୋକେ ବିଧାୟିକାଙ୍କୁ କ୍ଷତିଗ୍ରସ୍ତ ଘର, ଉଜୁଡ଼ା ଚାଷ ଜମି ବୁଲାଇ ଦେଖାଇଥିଲେ |

ଗତ ମାସେ ଧରି ତାଟ, ବିଉଁରିଆ, ନାକୁଡ଼ା ମତା ଭଳି ଗାଁରେ ହାତୀ ମାତିବା ସହ ଘରଦ୍ୱାର,ପନିପରିବା ନଷ୍ଟ କରୁଛନ୍ତି । ଏହାକୁ ନେଇ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ। ମାତ୍ର ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।