Odia News Portal

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ଚଳାଇବାକୁ ବିଜେଡିର ଦାବି

କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ବିଜେଡି ଆଜି ପ୍ରେସମିଟ କରିଛି। କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାରେ ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି। ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଯାହାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ ହେଉଛି। କେନ୍ଦ୍ରାପଡାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ହେଉ ବୋଲି ବିଜେଡି ଦାବି କରିଛି । ବିଜେଡି ପ୍ରେସମିଟ କରି କହିଛି ୨୩.୯.୨୦ ରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳ ପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ନିୟମିତ ୨୦ ରେକ ମାଲବାହୀ ଟ୍ରେନ ଚାଳଚଳ କରୁଛି । ଯାତ୍ରୀବାହୀ ଟ୍ରେନ ଚାଳଚଳ ପାଇଁ ପରୀକ୍ଷା ମୂଳକ ଚାଳଚଳ ଶେଷ ହୋଇଥିଲେ ବି ଚାଲି ପାରୁନି । ବିନା ମୂଲ୍ୟରେ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଥିବା ସତ୍ବେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା।