ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ ମାନ୍ୟବର ସୁପ୍ରିମକୋର୍ଟ । ପରୀ ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍ କରିଛନ୍ତି ।

ଆଜି ପରୀର ମାଆ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ମାମଲାର ଗୁରୁତ୍ୱ ଦେଖି କୋର୍ଟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଛନ୍ତି।

ଅନ୍ୟପକ୍ଷରେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକର ବ୍ରେନ ମ୍ୟାପିଂ ପାଇଁ ଆଜି ଏସ୍ଆଇଟି ଆବେଦନ କରିଥିଲା। କିନ୍ତୁ ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ମନା କରିଦେଇଛି । ଯାହାଫଳରେ ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡ ମାମଲାର ଶୁଣାଣି କରି ଏସ୍ଆଇଟିର ବ୍ରେନ୍ ମ୍ୟାପିଂ ଆବେଦନକୁ ଖାରଜ କରିଦେଇଛନ୍ତି।