ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭିଡ଼ିଓ ନେଇ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ପରୀର ପରିବାର | ଭିଡ଼ିଓ କିପରି ଭାଇରାଲ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ପରୀର ମା’ ସୌଦାମିନି |ପରୀର ମା କହିଛନ୍ତି, ଭିଡ଼ିଓ ଏସଆଇଟି କୋର୍ଟକୁ ଦେଇଥିଲା, ତେବେ ଭିଡ଼ିଓଟି ଭାଇରାଲ କେମିତି ହେଲା | ଯେଉଁମାନେ ସାକ୍ଷୀ ଅଛନ୍ତି, ସେମାନେ ସବୁ ବାବୁଲି ନାୟକର ଲୋକ |ଅରୁଣ ସାହୁ କାହାକୁ ଘୋଡାଇବାକୁ ଧମକାଉ ଥିଲେ |


ସେ ଆହୁରି ମଧ୍ୟ କହିଛନ୍ତି, ଏସଆଇଟି ତାମସା କରୁଛି, ତା ଉପରେ ଭରସା ନାହିଁ | ସରୋଜକୁ ବାଡେ଼ଇ କି ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି | ଏସବୁ ତାମସା ବନ୍ଦ ହେଉ, ଆମେ ଚାହୁଁଛୁ ସିବିଆଇ ତଦନ୍ତ ହେଉ | ସେହିଭଳିପରୀର ବାପା ମଧ୍ୟ ସେହି ସମାନ ପ୍ରଶ୍ନ ପଚାରିବା ସହ ମନ୍ତ୍ରୀଙ୍କୁ ଘୋଡାଇବାକୁ ଏସଆଇଟିର ଏହା ଏକ ନାଟକ ବୋଲି କହିଛନ୍ତି ପରୀର ବାପା ଏହା ସବୁ ନାଟକ | ସିବିଆଇ ତଦନ୍ତ ହେଉ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପରୀର ବାପା କହିଛନ୍ତି |