ଅନୁଗୁଳ: ଗତ ୨୪ ତାରିଖରେ ଆକ୍ରମଣ ସହ ଲୁଟର ଶିକାର ହୋଇଥିଲେ ଅଭୟ ବିଶ୍ୱାଳ ଏବଂ ତାଙ୍କ ପୁଅ । ଲୁଟ୍ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପରଜଙ୍ଗ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜିତ ନାୟକ, ପ୍ରଭାତ କୁମାର ନାୟକ ଓ ସମୀର ନାୟକ । ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ବୋମା ମାଡ କରିବା ପରେ ନଗଦ ୮ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିଲେ ।

ତେବେ ପୋଲିସ ଘଟଣାକୁ ଗୁରୁତ୍ୱ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେପଟେ ବୋମାମାଡ଼ ବେଳେ ସୌଭାଗ୍ୟ ନାୟକ ଏବଂ ଶବଚ୍ଚ ନାୟକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତମାନେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭାଲୁମୁଣ୍ଡାରୁ ଅଟୋରେ ପାନ ମସଲା ଦୋକାନ ବନ୍ଦ କରି ଆସିବା ବେଳେ ତାଙ୍କ ଉପରକୁ ବୋମାମାଡ କରିଥିଲେ ଦୁର୍ବୁତ୍ତ ।
