ଆଉନାହାନ୍ତି ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣହରାଇଛନ୍ତି ମହାନ୍ ନୃତ୍ୟସମ୍ରାଟ । ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଏକ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପରିବାରର ସଦସ୍ୟ ଭାବେ ସେ କଥକ ନୃତ୍ୟକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।
ପଣ୍ଡିତ ବିର୍ଜୁ ମହାରାଜ କଥକ ନୃତ୍ୟଗୁରୁ ଥିବା ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ କଣ୍ଠ ସଂଗୀତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିଲେ । ୧୯୩୮ ଫେବ୍ରୁଆରୀ ୪ରେ ଉତ୍ତରପ୍ରଦେଶ ହାଣ୍ଡିଆରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ବିର୍ଜୁ ।
ମାତ୍ର ୭ ବର୍ଷ ବୟସରେ ତାଙ୍କର ସଂଗୀତ ନୈପୁଣ୍ୟ ଓ କଣ୍ଠସଂଗୀତ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଦିଲ୍ଲୀରେ କଳାଶ୍ରମ ପ୍ରତିଷ୍ଠା କରି ଶହ ଶହ ନବାଗତଙ୍କୁ କଥକ ନୃତ୍ୟ ତାଲିମ ହେଇଥିଲେ । କେନ୍ଦ୍ର ସଂଗୀତ ନାଟକ ଏକାଡେମି ଅନ୍ତର୍ଗତ କଥକ କେନ୍ଦ୍ର ସହ ସେ ବିଶେଷ ଭାବେ ଜଡିତ ଥିଲେ । ସେ ପଦ୍ମବିଭୂଷଣ, ସଂଗୀତ ନାଟକ ଏକାଡେମି, ନୃତ୍ୟ ଚୂଡାମଣି ସମ୍ମାନ, କାଳିଦାସ ସମ୍ମାନ, ଲତା ମଙ୍ଗସେକର ପୁରସ୍କାର, ଭାରତ ମୁନି ସମ୍ମାନ ଆଦି ଲାଭ କରିଥିଲେ । ଏହା ସହ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ୨୦୧୨ରେ ଜାତୀୟ ଫିଲ୍ମ ପୁରସ୍କାର ଏବଂ ୨୦୧୬ରେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।
Sign in
Sign in
Recover your password.
A password will be e-mailed to you.