ଭୁୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ଥିବା ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଂଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଂଟାଇନ୍ ସେଂଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ବାହାରୁ ଆସିଥିବା ଲୋକ , ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ତଥା ସନ୍ଦିଗ୍ଧ କରୋନା ରୋଗୀ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ଉଭୟ ଏସି ଓ ନନ୍ ଏସିର ସୁବିଧା ସହ ଖାଇବା ଉବଲବ୍ଧ କରାଯିବ ।
ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି । ନନ୍ ଏସି ପାଇଁ ଦୈନିକ ୧୦୯୯ଦେୟ ଥିବା ବେଳେ ଏସି ରୁମ୍ ପାଇଁ ୧୪୯୯ ଦେବାକୁ ହେବ । ଟେଷ୍ଟ ହେବାରୁ ୧୦ ଦିନ ପର୍ଯ୍ୟନ୍ତ ଏଠାରେ ରହିପାରିବେ ।