କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ହାଇକୋର୍ଟ। ଫଳରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଆବେଦନକାରୀ ଭିଜିଲାନ୍ସର ଜଣେ ଡିଏସ୍ପି ହୋଇଥିବାରୁ ଏହାକୁ ତଦନ୍ତ କରିପାରିବନି ଭିଜିଲାନ୍ସ। ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଆଜି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି । ଫଳରେ ଲୋକାୟୁକ୍ତଙ୍କ ଆଦେଶ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି |