କ୍ୟାନସର ଏମିତି ଏକ ରୋଗ ଯାହା କବଳରୁ ବଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଅଗ୍ରଗତି ଯୋଗୁଁ ଏଥିରେ ମଧ୍ୟ କିଛି ପରିମାଣରେ ସିଦ୍ଧି ହାସଲ କରାଗଲାଣି ମାତ୍ର ସପୂର୍ଣ୍ଣ ନୁହେଁ । ତେଣୁ ଏଭଳି ରୋଗର ପ୍ରତିକାର ପୂର୍ବରୁ ହିଁ କରିବା ଦରକାର। ତେବେ କ୍ୟାନସର ମୁଣ୍ଡ, ହୃଦୟ, ବୃକକ୍, ଫୁସଫୁସ ଆଦିକୁ ବେଶି ପ୍ରଭାବିତ କରିଥାଏ, ଏଥିରୁ ମୁହଁରେ ହେଉଥିବା କ୍ୟାନସର ଅନ୍ୟତମ । ତାହେଲେ ଆସନ୍ତୁ ଜାଣିବା ଏହା ହେବାର କାରଣ କ’ଣ, ଏହା କାହିଁକି ହୋଇଥାଏ ଏବଂ ଏହାର ନିରାକରଣ କ’ଣ?
ତେବେ କ’ଣ ଆପଣ ସିଗାରେଟ, ବିଡି, ତମ୍ବାକୁ, ଗଞ୍ଜେଇ କିମ୍ବା କୌଣସି ନିଶା ଦ୍ରବ୍ୟ ଖାଉଛନ୍ତି କି? କ’ଣ ଆପଣଙ୍କ ମୁହଁରେ ବି କିଛି ଘା ହୋଇଛି ଯା ଶୁଖିବାର ନାଁ ନେଉନାହିଁ । ତେବେ ସତର୍କ ହେଇଯାଆନ୍ତୁ ଏହା କୌଣସି ବଡ ରୋଗର ସଙ୍କେତ ହୋଇପାରେ ।
ତେବେ ସ୍ୱାସ୍ଥ୍ୟବିତତ୍ମାନଙ୍କ କହିବା ଅନୁସାରେ ଏହି ସବୁ ନିଶା ଦ୍ରବ୍ୟ ଖାଇବା ଦ୍ୱାରା ଓରାଲ କ୍ୟାନସର ତଥା ମୁହଁ କ୍ୟାନସର ହୋଇଥାଏ । ସୂଚନାନୁଯାୟୀ ଭାରତରେ ସବୁଠାର ଅଧିକ ପୁରୁଷଙ୍କୁ ହେଉଥିବା ଏହି କ୍ୟାନସର ପ୍ରତି ବର୍ଷକୁ ପ୍ରାୟ ୧ମିଲିଅନ ମୃତ୍ୟୁର କାରଣ ହେଇଥାଏ । ଏତେ ଭୟାନକ ଏହି କ୍ୟାନସର ତଥାପି ଏହାର ସଚେତନତା ଲୋକଙ୍କ ଭିତରେ ବହୁତ କମ୍ । ଏହା ସତ ଯେ ୯୦ ଭାଗ ଏହି ରୋଗ ତମ୍ବାକୁ ଏବଂ ଅନ୍ୟ ନିଶା ଦ୍ରବ୍ୟ ଖାଇବାରୁ ହୋଇଥାଏ । କିନ୍ତୁ ଏଟା ନୁହଁ ଯେ ଯଦି ଆପାଣ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରୁନାହାନ୍ତି ତେବେ ଏହା ଆପଣକୁ ହେବ ନାହିଁ । ବେଳେ ବେଳେ ଆମ ପାଟିରେ ହେଉଥିବା କିଛି ଘା କିମ୍ବା ମାଂସପେଶିର ବୃଦ୍ଧିକୁ ଯଦି ଆମେ ଠିକ ସମୟରେ ଚିକିତ୍ସା ନକରୁ ତେବେ ଏହା ବଢି ଓରାଲ କ୍ୟାନସର ର ରୂପ ନେଇଥାଏ । ତେବେ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମୁହଁରେ ଏପରି କିଛି ଲକ୍ଷଣ ଦେଖାଯାଉଛି ତାହେଲେ ଯଥାଶ୍ରୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ସତ୍ୟତା ନିହାତି ପରୀକ୍ଷା କରିିବା ଦରକାର । ଆହୁରି ମଧ୍ୟ ଯଦି ତମ୍ବାକୁ ଭଳି ନିଶା ଦ୍ରବ୍ୟ ଖାଇବା ବନ୍ଦ କରାଯାଏ ତେବେ ପ୍ରାୟ ୮୦ ପ୍ରତିଶତ ଓରାଲ କ୍ୟାନସର ଯୋଗୁଁ ହେଉଥିବା ମୃତ୍ୟୁ କୁ ରୋକା ଯାଇପାରିବ ।
Sign in
Sign in
Recover your password.
A password will be e-mailed to you.