ଓପିଏସ୍ସି ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଏହା ମୋ ବିଭାଗ ଅଧିନରେ ଯାଉ ନାହିଁ । ଆଗରୁ ଓପିଏସସି କୁହନ୍ତୁ କିମ୍ବା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଟିରେ ବହୁତ ଅବ୍ୟବସ୍ଥା ରହିଆସିଛି ।
ବିଧାନସଭା ପୂର୍ବ ଅଧିବେଶନରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ଆଗକୁ ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।