Odia News Portal

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରୀ, ଅଭିଯୁକ୍ତ ଜଗନ୍ନାଥର ହେବ ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରୀକୁ ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ହେବ ଅସ୍ତ୍ରୋପଚାର । ତାଙ୍କ ବାମ ହାତର ଏକ ଶିରା ସମ୍ପୂର୍ଣ୍ଣଭାବେ କଟିଯାଇଥିବା ସୂଚନା ମିଳିଛି । ଗୁରୁବାର ହାତରୁ ଷ୍ଟିଚ୍ ଖୋଲିବା ପରେ ଏହା ଜଣାପଡିଛି । ତେବେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହତ୍ୟାକାଣ୍ଡ ପରେ ପୁଲିସ୍ ଯାହା ପ୍ରମାଣ ଯୋଗାଡ କରିଛି ଉଭୟଙ୍କ ମୋବାଇଲ୍ରୁ । ହେଲେ ଜଗନ୍ନାଥଙ୍କ ଠାରୁ କିଛି ତଥ୍ୟ ପାଇ ନାହିଁ । ସେଥିପାଇଁ ପୁଲିସ୍ ଅପେକ୍ଷା କରିଛି ଜଗନ୍ନାଥ କେବେ ସୁସ୍ଥ ହୋଇ ଫେରିବେ । ଏମିତି କ’ଣ ଘଟିଲା ଯେ ଜଗନ୍ନାଥ ରିଙ୍କିଙ୍କୁ ହତ୍ୟା କଲେ? ତାଙ୍କର ତିନି ବର୍ଷର କୁନି ପୁଅକୁ ବି କାହିଁକି ହତ୍ୟା କରିବାକୁ ଚାହୁଁଥିଲେ? ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ଥିଲା? ଜଗନ୍ନାଥ ଘରୁ ଜଣେ ସାଙ୍ଗ ସହ ବାହାରି ଆସିଥିଲେ ମଧ୍ୟ ଭୁବନେଶ୍ୱର ଓ ଭୀମଟାଙ୍ଗିରେ ପହଞ୍ଚଲେ କେମିତି ? ହତ୍ୟା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏସବୁ ପ୍ରଶ୍ନର ଉତ୍ତର ନିହାତି ଆବଶ୍ୟକ । ତେଣୁ ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପୁଲିସ ତାଙ୍କୁ ପଚରାଉଚରା କରି ସଠିକ୍ ତଥ୍ୟ ଓଗାଳିବ ।