Odia News Portal

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ଲାଗୁ ହୋଇଛି ଏହି ନୂଆ ଦର। ଏବେ ବଜାରରେ ମିଳୁଥିବା ହାଫ୍‌ ଲିଟର ଓମ୍‌ଫେଡ ପ୍ୟାକେଟ୍‌ ୨୩ ଟଙ୍କାରେ ବିକ୍ରି ହେଉଛି। ଏହା ବଢି ୨୪ଟଙ୍କା ହୋଇଛି। ଚାଷୀଙ୍କ ଲାଭ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହା ସହ ଆଜିଠାରୁ ଭୁବନେଶ୍ୱର, କଟକ ଓ ପୁରୀରେ ଓମ୍‌ଫେଡ ପକ୍ଷରୁ ନୂଆ କ୍ଷୀର ମିଳିବ। ଓମ୍‌ଫେଡର ଚା ସ୍ପେଶାଲ ନାଁରେ ଏହି କ୍ଷୀର ବଜାରରେ ମିଳୁଛି। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା।