Odia News Portal

୧୮ରୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଣିବେ ବଜେଟ୍ । ବିଧାନସଭାରେ ଫେବୃଆରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ନିଜର ଉଦବୋଧନ ରଖିବେ । ଏହାପରେ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ।

ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ବଜେଟ୍ ଅଧିବେଶନ ବସିବ । ଫେବୃଆରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ରାଜ୍ୟର ବ୍ୟୟ ମଞ୍ଜୁର ବିଲ ଆଗତ ହେବ । ଦୁଇଟି ପର୍ଯ୍ୟାୟରେ ଚଳିତବର୍ଷ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁୟାରୀ ୧୮ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରଲ ୯ ପର୍ଯ୍ୟନ୍ତ ଚାଲିବ ।