ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଏବେ ଓଡିଶା ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।ରାଜ୍ୟରେ କୋଭିଡ଼ ନିୟମକୁ କଡ଼ାକଡି ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କରୋନାକୁ ଦୃଷ୍ଟିରେ ରଖି ବଡ଼ ବୟାନ ଦେଇଛନ୍ତି| ମନ୍ତ୍ରୀ କହିଛନ୍ତି, ଓଡିଶାରେ ଯଦି ଏବେ କରୋନା ଭୟାବହତା ନାହିଁ ,ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ସ୍କୁଲ ବନ୍ଦ କିମ୍ବା ଲକଡାଉନ ସଂପର୍କରେ ବିଶେଷ ପରିସ୍ଥିତି ଆସିଲେ ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ବର୍ତମାନର ଏସଓପି ଅନୁଯାୟୀ ସ୍କୁଲ ଚାଲିଛି । ଶିକ୍ଷା ବିଭାଗ କରୋନା ସଂକ୍ରମଣ ନେଇ ସତର୍କ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।