ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୧୫ରେ ପହଞ୍ଚିଛି।
୪ ମୃତକଙ୍କ ମଧ୍ୟରୁ ୨ ଜଣ ମୟୂରଭଞ୍ଜର ହୋଇଥିବା ବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସେହିପରି ୪ ଜଣ ଯାକ ମୃତକ ପୁରୁଷ ହୋଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାର ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କୁ ଯଥାକ୍ରମେ ୬୦ ଓ ୬୪ ବର୍ଷ ହୋଇଥିଲା।ସେମାନଙ୍କ ମଧ୍ୟରୁ ଜଣଙ୍କର କିଡ୍ନୀରେ ସମସ୍ୟା ଥିବା ବେଳେ ଅନ୍ୟ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବି ଥିଲା। ମୃତକଙ୍କ ମଧ୍ୟରୁ ଜଗତସିଂହପୁରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି ।
ଆଜି ରାଜ୍ୟର ୨୬ ଜିଲ୍ଲାରୁ ୩୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୨୪,୩୮୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୧୯,୪୫୮ଜଣ ।ସେହିଭଳି ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୩୦୬ ରହିଛି ।