ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ୧୫୪ ସ୍ଥାନୀୟ ବାସିନ୍ଦା ରହିଛନ୍ତି | ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଜିଲ୍ଲା ସହିତ ଷ୍ଟେଟ୍ ପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡ଼ରୁ ୧୬ , ଭଦ୍ରକରୁ ୧୩ , ବଲାଙ୍ଗିରରୁ ୨୨, କଟକରୁ୨୨ , ଗଞ୍ଜାମରୁ ୭, ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜଗତସିଂହପୁରରୁ ୪ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୩, କୋରାପୁଟରୁ ୩ , ମୟୂରଭଞ୍ଜରୁ ୨୬ , ନବରଙ୍ଗପୁରରୁ ୯ , ନୟାଗଡ଼ରୁ ଜଣେ , ନୂଆପଡ଼ାରୁ ୧୧ , ପୁରୀରେ ୧୧ , ରାୟଗଡ଼ାରୁ ଜଣେ, ସମ୍ବଲପୁରରେ ୧୫ ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ , ଢେଙ୍କାନାଳ, କନ୍ଧମାଳରେ, ମାଲକାନଗିରି ସମେତ ୫ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୭,୨୭୯ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୩,୨୩,୪୪୪ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୩୦୩୬ ଜଣ ଅଛନ୍ତି।