ଭୁବନେଶ୍ୱର: ମୋଦିଙ୍କ ଉପରେ ଖୁସି ଓଡ଼ିଶାବାସୀ | ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ସର୍ଭେ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି । ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି।

ଏହି ସର୍ଭେ ମୁତାବକ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି । ଆଇଏଏନଏସ -ସିଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀ ଭାବେ କେଉଁ ପ୍ରାର୍ଥୀ ପସନ୍ଦ ସର୍ଭେରେ ମୋଦି ନଂ ୧ରେ ରହିଛନ୍ତି । ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ୮୭.୦୧% ଲୋକ ପସନ୍ଦ କରନ୍ତି । ସେହିଭଳି ହିମାଚଳ ପ୍ରଦେଶରେ ସର୍ବାଧିକ ୮୧.୦୩% ମୋଦୀଙ୍କୁ ପସନ୍ଦ କରୁଥିବା ସର୍ଭେରୁ ଜଣାଯାଇଛି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ଓଡ଼ିଶା ନଂ ୧ରେ ଥିବା ବେଳେ ୭୫.୦୨% ଓଡ଼ିଶାବାସୀ ମୋଦି ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି । ଓଡ଼ିଶା ପଛକୁ ଗୋଆ ଏବଂ ତେଲେଙ୍ଗାନା ଲୋକ ମୋଦୀଙ୍କ କାର୍ଯ୍ୟକୁ ପସନ୍ଦ କରି ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି।