ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପରିବର୍ତ୍ତନ ହୋଇଛି ସକାଳୁଆ ସ୍କୁଲ ସମୟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତକାଲି ଏ ସମ୍ପର୍କରେ ସୂଚନା ସୂଚନା କ୍ରମେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ହେଉଥିବା ସ୍କୁଲ ସମୟ ଏଣିକି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହୋଇଥିଲା । ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ପୂର୍ବଭଳି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ସେହିଭଳି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲଗୁଡ଼ିକରେ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବିଭାଗ ଅଧୀନ ସମସ୍ତ ନିର୍ଦ୍ଦେଶାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖିଛନ୍ତି ।ତେବେ ମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବରୁ ଯେମିତି ୪ ଘଣ୍ଟାର କ୍ଲାସ୍ ହେଉଥିଲା, ଏବେ ମଧ୍ୟ ସମାନ ଭାବେ ୪ଘଣ୍ଟାର କ୍ଲାସ୍ କରାଯିବ। ସମୟ ପରିବର୍ତ୍ତନ ଦ୍ୱାରା ପାଠପଢ଼ା ପ୍ରଭାବିତ ହେବ ନାହିଁ । ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ବି ପ୍ରଭାବିତ ହେବନି, ବରଂ ପାଠ୍ୟକ୍ରମ ଠିକ୍ ସମୟରେ ସରିବ ।