ଭୁବନେଶ୍ୱର: ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋଭିଡ୍ ଟିକା ନେଇଛନ୍ତି ।ଓଡିଶାର ରାଜଭବନ ହସ୍ପିଟାଲରେ ପହଞ୍ଚି ପ୍ରଫେସର ଗଣେଶୀ ଲାଲ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏଥିସହ ସେ ସାଧାରଣ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବା ନେଇ ଅପିଲ କରିଛନ୍ତି । କୋଭିଡ୍ ଟିକା ନେବା ପରେ ରାଜ୍ୟପାଳ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଟିକା ନେବା ବେଳର ଫଟୋକୁ ସେଆର୍ କରିଛନ୍ତି ।
ତେବେ ରାଜ୍ୟପାଳଙ୍କ ପୂର୍ବରୁୁ ବହୁ ନେତା ମନ୍ତ୍ରୀ ନିଜକୁ କୋଭିଡ୍ ଟିକାକରଣରେ ସାମିଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ୍ ଟିକା ନେଇସାରିଛନ୍ତି । ଟିକା ନେବା ପରେ ସେମାନେ ନିଜର ଫଟୋକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ । ସାରା ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ସମୟରେ ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଟିକା ପ୍ରଦାନ କରାଯାଉଛି ।